Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

୧୮ ଟିକିଆ ହାତୀପଲଙ୍କ ଉପଦ୍ରବ, ଫସଲ ଖାଇବା ସହ ଦଳିଚକଟି କରୁଛନ୍ତି ନଷ୍ଟ

8/12/2021 at 1:29 PM

ଭଞ୍ଜନଗର ୦୮।୧୨: ୫ଦିନ ହେଲାଣି ୧୮ ଟିକିଆ ହାତୀପଲଙ୍କ ଜାରି ରହିଛି ଉପଦ୍ରବ । ଗଞ୍ଜାମ ଜିଲ୍ଲା ଉତ୍ତର-ଘୁମୁସର ବନଖଣ୍ଡ ଅଧିନ ଗାଲେରୀ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ପୁରା ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଗାଲେରୀ ରେଞ୍ଜ ଦୋମୁହାଣୀ, ହାରିଗଡ଼, ରାଇଗୋଚ୍ଛା, ଛାଡିଆପଲ୍ଲୀ,ନୂଆପଲ୍ଲୀ ଆଦି ଗାଁର ହାତୀ ପଲ ବ୍ୟାପକ କ୍ଷୟ କ୍ଷତି କରିବାରେ ଲାଗିଛନ୍ତି । ଚାଷ ଜମିରେ ଧାନ ଖାଇବା ସହ ଦଳିଚକଟି କ୍ଷତି କରିଦେଇଛନ୍ତି । ହାତୀପଲ ସନ୍ଧ୍ୟା ହେଲେ ନିକଟ ସୁଳାବଣୀ ଜଙ୍ଗଲରୁ ବାହାରି ଫସଲ ନଷ୍ଟ କରୁଛନ୍ତି । ରାତିରେ ହାତୀଙ୍କୁ ଘଉଡ଼ାଇବା ପାଇଁ ହାତରେ ଟ୍ରଚ ଲାଇଟ ଧରି ବୁଲୁଥିବାର ଦେଖିବାକୁ ମିଳିଛି । ନିଜ କ୍ଷେତକୁ ଜଗୁଛନ୍ତି ନିଜେ ।

ଅନ୍ୟପଟେ ହାତୀଙ୍କ ଗତିଵିଧିକୁ ନଜର ରଖିବା ଏବଂ ତାଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ କରାଯାଉଛି । ବାରମ୍ବାର ବିଦ୍ୟୁତ କାଟ୍‌ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଯାଉଛି l ହାତୀ ପଲଙ୍କ ଉପଦ୍ରବ ବଢିଥିବାରୁ ବନବିଭାଗ ଆହୁରୀ ସଜାଗ ହେବାକୁ ପଡିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

   Related Posts