ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ

Published By : Prameya-News7 Bureau | June 20, 2019 IST

ଢେଙ୍କାନାଳ ୨୦|୬: ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା କାଉଁରିଆପାଳ ବେଗା ବ୍ରିଜ୍ ନିକଟରେ ହାତୀଟିକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ହାତୀ ମୃତ୍ୟୁର ଖବର ବନ ବିଭାଗକୁ ଜଣାଇଥିଲେ ।

ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ହାତୀଟି ଟ୍ରେନ୍ ଲାଇନ୍ ପାର ହେବାବେଳେ ହଠାତ୍ ଟେନ୍ ଟି ଆସିଯିବାରୁ ହାତୀଟିକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.