Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ମାଲ୍‌ବାହୀ ଟ୍ରେନ୍ ଧକ୍କାରେ ମାଈ ହାତୀର ମୃତ୍ୟୁ

2/02/2019 at 8:54 AM

ଢେଙ୍କାନାଳ ୨|୨: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି ଢେଙ୍କାନାଳ ବନବିଭାଗ । ଗତକାଲି ସଂଧ୍ୟାରେ ସଦର ବନାଞ୍ଚଳ ଦାଣ୍ଡିମାଳ ରେଳ ଷ୍ଟେସନ୍ ନିକଟରେ ମାଲଗାଡି ଧକ୍କାରେ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଦାଣ୍ଡିମାଳ ଷ୍ଟେସନ୍ ନିକଟରେ ହାତୀ ପଲ ପାର୍ ହେବା ବେଳେ ଦ୍ରୁତ ଗତିରେ ଆସୁଥିବା  ମାଲବାହୀ ଗାଡି ସେମାନଙ୍କୁ  ଧକ୍କା ଦେଇଥିଲା ।  ହାତୀକୁ ପ୍ରାୟ ୫ଶହ ମିଟର ଦୂରକୁ ଘୋଷାଡି ନେଇ ଯାଇଥିଲା ଟ୍ରେନ୍ ।  ସ୍ଥାନୀୟ ବାରଦା ପୋଲ ନିକଟରୁ ହାତୀର ମୃତ ଦେହ ଠାବ  କରିଛି ବନ ବିଭାଗ । ଆଜି ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯିବ । ଏହି ଅଞ୍ଚଳରେ ଏବେବି ହାତୀ ପଲ ଚଳାଚଳ କରୁଛି । ତେଣୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।

ଏଣେ ହାତୀ ମୃତ୍ୟୁ ପରେ ରେଳବିଭାଗ ଏବଂ ବନବିଭାଗ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ହାତୀଙ୍କ ଗତିବିଧି ନେଇ ରେଳ ବିଭାଗକୁ ବନବିଭାଗ ଅବଗତ କରିଥିଲା କି । ହାତୀ ଚଳାଚଳ କରୁଥିବା ବନାଞ୍ଚଳରେ ଗାଇଡଲାଇନ୍  ଅନୁଯାୟୀ ଟ୍ରେନ୍ ର ବେଗ ନିୟନ୍ତ୍ରିତ ହୋଇଥିଲା କି । ଟ୍ରେନ୍ ଧକ୍କା ଏବଂ ଜଙ୍ଗଲ ଭିତରେ ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଛି । ଏପରି ସ୍ଥିତିରେ  ହାତୀଙ୍କ ସୁରକ୍ଷା ଦାୟିତ୍ବ କାହାର ବୋଲି ପ୍ରଶ୍ନ ଉଠୁଛି ।

   Related Posts