ହାତୀ ଉପଦ୍ରବ : ଧାନ ଚାଉଳ ନଷ୍ଟ କରିବା ସହ ଭାଙ୍ଗିଲେ ଘର

Published By : Prameya-News7 Bureau | April 24, 2019 IST

ଖୋର୍ଦ୍ଧା ୨୪|୪: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଗୋଡା ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ୩ଟି ହାତୀ ଗୋଡା ଗାଁର ଗାଣ୍ଡୁ ବେହେରାଙ୍କ ୨ ବଖରା ଘର ଭାଙ୍ଗି ଦେଇଛନ୍ତି । ଏଥିସହ ଧାନ ଚାଉଳ ମଧ୍ୟ ନଷ୍ଟ କରିଦେଇଛନ୍ତି । ଗୋଡା ଗାଁରେ ହାତୀ ଉପଦ୍ରବ ଫଳରେ ବିଭିନ୍ନ ଲୋକଙ୍କ ଫସଲ ଉଜୁଡି ଗଲାଣି । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.