ସୁନ୍ଦରଗଡରେ ବଣୁଆ ହାତୀ ଆତଙ୍କ

Published By : Prameya-News7 Bureau | February 24, 2019 IST

ସୁନ୍ଦରଗଡ ୨୪|୨: ସୁନ୍ଦରଗଡରେ ବଣୁଆ ହାତୀ ଆତଙ୍କ । ଶଙ୍କରା ମିଶନ କ୍ୟାଥେଲିକ୍ ଚର୍ଚ୍ଚ ପରିସରରେ ହାତୀ ପଶିଯାଇଛି । ହାତୀଟି ବାଟ ଭୁଲି ହାତୀ ପଲରୁ ଅଲଗା ହୋଇ ସହର ମୁହାଁ ହୋଇଥିବା କୁହାଯାଉଛି । ୮ ଦିନ ହେଲା ସୁନ୍ଦରଗଡ଼ ସହରଠାରୁ ୧୦ କିଲୋମିଟର ଉଜ୍ବଳପୁର ଫରେଷ୍ଟ ରେଞ୍ଜରେ ଥିଲେ ୫ଟି ବଣୁଆ ହାତୀ । ଗତକାଲି ଏହି ହାତୀଙ୍କୁ ଉଜ୍ବଲପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଘଉଡାଇବା ବେଳେ ଏହି ହାତୀ ବାଟ ହୁଡି ପାଚେରୀ ଭାଙ୍ଗି ପଶିଆସିଛି । ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ତେବେ ଭୟଭୀତ ନହେବାକୁ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ବନ ବିଭାଗ ସହ ସ୍ଥାନୀୟ ପ୍ରଶାସନ । ଘଟଣା ସ୍ଥଳକୁ ଯାଇ ଡ଼ିଏଫଓ, ଏସପି ଓ ଜିଲ୍ଲାପାଳ ଅନୁଧ୍ୟାନ କରୁଛନ୍ତି । ଆଜି ରାତି ସୁଦ୍ଧା ହାତୀକୁ ଘଉଢ଼।ଇ ଦିଆଯିବ ବେ।ଲି ସୂଚନା ଦେଇଛି ବନ ବିଭାଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.