ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ଖାଇବା ସହ ନଷ୍ଟ କଲେ

Published By : Prameya-News7 Bureau | June 28, 2019 IST

ପାଟଣା ୨୮|୬: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଟୁଣୁଟୁଣା ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ଗାଁରେ ହାତୀ ପଶି ବ୍ୟାପକ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଗାଁର ଚମ୍ପା ନାଏକ ନାମକ ଜଣେ ମହିଳାଙ୍କ ବିଳରୁ ଅମଳ ହୋଇଥିବା ଶହ ଶହ ବିଡା ଧାନ ଖାଇଦେଇଛନ୍ତି ହାତୀପଲ । ହାତୀପଲ ସନ୍ଧ୍ୟାହେଲେ ଗାଁକୁ ମାଡି ଆସୁଥିବାରୁ ଅଞ୍ଚଳ ବାସୀ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀ ଘଉଡଇବାକୁ ଚେଷ୍ଟା ଜାରି ରଖିଛି । ହାତୀ ପଲ ଏବେ ଟୁଣୁଟୁଣା ଶାଳ ଜଙ୍ଗଲରେ ଥିବା ଚମ୍ପୁଆ ରେଞ୍ଜର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.