ବୁଢାବଳଙ୍ଗ ପାର୍ ହୋଇ ନଡ଼ପୁର ସଂରକ୍ଷିତ ଜଙ୍ଗଲରେ ୪୨ହାତୀ , ଜନବସତିରେ ପଶି ଦଳିଲେ-ମନ୍ଥିଲେ-ଭାଙ୍ଗିଲେ

Published By : Prameya-News7 Bureau | November 16, 2020 IST

ନୀଳଗିରି ୧୬।୧୧: ନୀଳଗିରିରେ ପଶିଲେ ଝାଡଖଣ୍ଡି ହାତୀ ପଲ । ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ। ଆଜି ଭୋରରୁ ୪୨ଟିକିଆ ଝାଡଖଣ୍ଡି ହାତୀ ପଲ ପ୍ରବେଶ କରିଛନ୍ତି। ୪୨ଟିକିଆ ଝାଡ଼ଖଣ୍ଡ ହାତୀ ଗତକାଲି ରାତ୍ରରେ ଯୋଗଳ ଅଂଚଳରୁ ଜାତୀୟ ରାଜପଥ ପାର ହୋଇ ନଡ଼ପୁର ସଂରକ୍ଷିତ ଜଙ୍ଗଲ ରେ ପହଂଚିଥିଲେ । ୪୨ଟିକିଆ ହାତୀପଲ ନଡ଼ପୁର ଜଙ୍ଗଲରୁ ବାହାରି ବୁଢ଼ାବଳଙ୍ଗ ନଦୀପାର ହୋଇ ଦୁର୍ଗାଦେବୀ ଅଞ୍ଚଳ ଦେଇ ନୀଳଗିରି ସୀମାନ୍ତରେ ପ୍ରବେଶ କରିଥିଲେ।

୪୨ଟିକିଆ ହାତୀପଲ ନଡ଼ପୁର ଜଙ୍ଗଲରୁ ବାହାରି ବୁଢ଼ାବଳଙ୍ଗ ନଦୀପାର ହୋଇ ଦୁର୍ଗାଦେବୀ ଅଞ୍ଚଳ ଦେଇ ନୀଳଗିରି ସୀମାନ୍ତରେ ପ୍ରବେଶ କରିଥିଲେ। କାଠପାଳ ସୋନନଦୀ ପାର ହୋଇ ଅଯୋଧ୍ୟା ଅଂଚଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ହାତୀପଲ ଆସିବା ରାସ୍ତାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ସେହିପରି ଗତକାଲି ରାତ୍ରରେ କୂଳଡିହା ଅଭୟାରଣ୍ୟ ରୁ କିଛି ହାତୀ ଖସିଆସି ଶାଳବନ୍ଧ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି।

ସେପଟେ ଆଉ ଗୋଟିଏ ୬୦ ଟିକିଆ ହାତୀପଲ ଓଡିଶା ସୀମାନ୍ତ ପାର ହୋଇ ଗୋବିନ୍ଦପୁର ,ଦେଉଳି ରେଞ୍ଜ ଦେଇ ନୀଳଗିରି ମୁହାଁ ହୋଇଛନ୍ତି। ହାତୀପଲ ଆସିବା ଶୁଣି ଚାଷୀମାନେ ଧାନ ଫସଲ କାଟିନେଉଛନ୍ତି। କେହିକେହି କଞ୍ଚାଧାନ ମଧ୍ୟ କାଟିନେଉଥିବା ଦେଖାଯାଇଛି। ଅଞ୍ଚଳବାସୀ ଆସବାପତ୍ର ଓ ଫସଲ ସୁରକ୍ଷା ପାଇଁ ମଂଚାର ସାହାରା ନେଇଥିବା ଜଣାପଡିଛି। ନୀଳଗିରି ରେଞ୍ଜର କର୍ମଚାରୀ ଙ୍କୁ ନେଇ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଅଞ୍ଚଳବାସୀ ଏନେଇ ଆତଙ୍କିତ ହୋଇ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.