ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଶହ ଶହ ଧାନ ବିଡା ଖାଇଗଲେ ହାତୀପଲ

Published By : Prameya-News7 Bureau | December 18, 2019 IST

ପାଟଣା ୧୮।୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୩ଦିନ ହେବ ହାତୀପଲଙ୍କ  ଉପଦ୍ରବ ଜାରି ରହିଛି । ହାତୀପଲ ଘଟଗାଁ ରେଞ୍ଜରୁ ପାଟଣା ରେଞ୍ଜକୁ ପଶି ଆସି ପାଟଣା ରେଞ୍ଜର ଗୋପପୁର ଗ୍ରାମରେ ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିବା ସହିତ ଖଳାରେ ଅମଳ ପାଇଁ ରଖା ଯାଇଥିବା ଧାନ ବିଡା ଖାଇଦେଇଛନ୍ତି।

{"id":199178,"sizeSlug":"large"}

ଏହି ହାତୀପଲରେ ୧୩ଟି ହାତଥିବାବେଳେ ଏବେ ହାତୀପଲ ଏବେ ଧୋବାପିଟଣା ଗାଁ ନିକଟ ଜଙ୍ଗଲରେ ଥିବାରୁ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

{"id":199179,"sizeSlug":"large"}

ଅମଳ ସମୟରେ ଚାଷୀଙ୍କ କଷ୍ଟ ଅର୍ଜିତ ଫସଲକୁ ହାତୀପଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଖୁବ୍ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.