ହାତୀ ଆତଙ୍କ ; ହାତୀ ଘଉଡାଇବା ପାଇଁ ନାକେଦମ୍ ବନ ବିଭାଗ

Published By : Prameya-News7 Bureau | January 16, 2019 IST

ନୂଆପଡା ୧୬|୧: ନୂଆପଡା କୋମନା ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଭୟରେ ଲୋକେ ତାଟି କବାଟ କିଳି ଘରେ ରହୁଛନ୍ତି । ଦୁଇଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି ଅଞ୍ଚଳବାସୀ । ସେପଟେ ହାତୀ ଘଉଡାଇବା ପାଇଁ ନାକେଦମ୍ ବନ ବିଭାଗ । ହାତୀ ଘଉଡାଇବାକୁ ଲାଗିଛନ୍ତି କୋମନା ଓ ଖଡିଆଳ ବନ ବିଭାଗର ଅନେକ କର୍ମଚାରୀ । ଗତ ରାତିରେ ହାତୀ ସୁନାବେଡା ଜଙ୍ଗଲ ମୁହାଁ ହୋଇଥିବା କୋମନା ରେଞ୍ଜର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.