ହାତୀ ଉପଦ୍ରବ, ଘର ଭାଙ୍ଗିବା ସହ ଖାଇଗଲେ ବିପିଏଲ ଚାଉଳ

Published By : Prameya-News7 Bureau | July 09, 2019 IST

ଚମ୍ପୁଆ ୯|୭:  ଚମ୍ପୁଆ ରେଞ୍ଜ ଇଙ୍ଗାନୀ ଝରଣ ଗାଁରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ୩ଟି ଘର ଭାଙ୍ଗିବା ସହ ଆସବାବପତ୍ର, ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଖାଇଗଲେ ବିପିଏଲ୍ ଚାଉଳ ।

ସୂଚନାଯାଗ୍ୟ ଯେ, ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ । ଗତ ୩ ଦିନ ହେଲା ୨୩ ଟିକିଆ ହାତୀପଲ ଯୋଡା ଫରେଷ୍ଟ ସେକ୍ସନରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରବିବାର ରାତିରେ ଚମକପୁର, କେ.ସି. ପ୍ରଧାନ ଖଣି କାର୍ଯ୍ୟାଳୟର ଏକ କାନ୍ଥ ଭାଙ୍ଗିବା ପରେ ସୋମବାର ରାତିରେ ଇଙ୍ଗାନୀ ଝରଣ ଗାଁରେ ପଶି ୩ଟି ଘର ଭାଙ୍ଗିଛନ୍ତି ହାତୀ ପଲ ।  ପ୍ରଫୁଲ୍ଲ ନାଏକ, ଇନ୍ଦୁ ନାଏକ ଓ ହିହର ମହାନ୍ତିଙ୍କ ମାଟିଘର କାନ୍ଥ ଭାଙ୍ଗି ଆସବାବପତ୍ର ନଷ୍ଟ କରିବା ସହ ଘର ଭିତରେ ରଖାଯାଇଥିବା ବିପିଏଲ୍ ଚାଉଳ ଖାଇଯାଇଥିଲେ । ସେହିପରି ବାଡିରେ ପଶି କଦଳୀ ଗଛ ଓ ଅନ୍ୟାନ୍ୟ ଫସଲକୁ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ବନ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏବେ ଏହି ହାତୀପଲ ଯୋଡା ସେକ୍ସନ ଇଙ୍ଗାନୀ ଝରଣ ଗାଁ ନିକଟ ବୈତରଣୀ ନଦୀ ପାର କରି ପାଖ ଜଙ୍ଗଲରେ ରହିଛନ୍ତି ବୋଲି ଦାୟିତ୍ବରେ ଥିବା ଚମ୍ପୁଆ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.