ଟାଙ୍ଗୀ ରେଞ୍ଜ ଝରିଆ ଗାଁରେ ହାତୀ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ କଲେ ହାତୀ ପଲ

Published By : Prameya-News7 Bureau | January 15, 2019 IST

ଟାଙ୍ଗୀ ୧୫|୧: ଟାଙ୍ଗୀ ରେଞ୍ଜ ଝରିଆ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗାଁରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ବିଲରୁ ଧାନ ଖାଇବା ସହ ଫସଲ ଦଳିକୁଦି ନଷ୍ଟ କରି ଦେଇଛନ୍ତି । ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଲେଣି । ଏବେ ଗାଁ ଜଙ୍ଗଲରେ ହାତୀପଲ ଡେରା ପକାଇଛନ୍ତି । ହାତୀପଲରେ ୨୨ ଟି ହାତୀ ଥିବା ଟାଙ୍ଗୀ ବନବିଭାଗ ଅଧିକାରୀ କହିଛନ୍ତି । ତେବେ ଏଭଳି ବାରମ୍ବାର ହାତୀ ପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାର ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.