Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରଞ୍ଜିଆରେ ହାତୀ ଆତଙ୍କ, ଘଉଡାଇବାରେ ବନ ବିଭାଗ ବିଫଳ

10/08/2019 at 1:02 PM

କରଞ୍ଜିଆ୧୦|୮: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକର ତୁଳସୀପୋଷି ଓ ବଡ଼ଗାଁ ଅଞ୍ଚଳରେ ହାତୀ ଆତଙ୍କ ୨୨ ଟିକିଆ ଝାଡ଼ଖଣ୍ଡି ହାତୀପଲ ଗାଁରେ ମେଳିବାନ୍ଧି ବୁଲୁଛନ୍ତି।ଏହି ହାତୀପଲ ଗାଁରେ ବୁଲି ୫ରୁ ଅଧିକ ଘର ଭାଙ୍ଗିସାରିଲେଣି। ।

ହାତୀପଲକୁ ଘଉଡ଼ାଇବାରେ ସ୍ଥାନୀୟ ବନବିଭାଗ ବିଫଳ ହୋଇଛି। ହାତୀପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ଦେଖାଯାଇଛି।

ହାତୀପଲର ଆତଙ୍କ ପାଇଁ ଗାଁ ଲୋକେ କୁଆଡେ ଯା,ଆସ କରିବା ପାଇଁ ଭୟ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ହେଲେ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ବିଫଳ ହୋଇଛି। ହାତୀ ଭୟରେ ପିଲାମାନଙ୍କୁ ସ୍କୁଲ ଓ କଲେଜକୁ ଯିବାକୁ ପରିବାର ଲୋକେ ମନା କରିଛନ୍ତି।

   Related Posts