ପାଟଣା ରେଞ୍ଜରେ ଦନ୍ତା ହାତୀ ଆତଙ୍କରାଜ : ଘର ଭାଙ୍ଗିଲେ, ଖାଇଗଲେ ଧାନ ଚାଉଳ

Published By : Prameya-News7 Bureau | January 10, 2020 IST

ପାଟଣା ୧୦।୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦନ୍ତା ହାତୀର ଆତଙ୍କରାଜ । ବିଳମ୍ବିତ ରାତିରେ ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ, ତାଳସରୁଆ, ହଲଦୀବଟା, ନୂଆଗାଁ ଦୁବେଇପେଣ୍ଠ ଆଦି ଗାଁରେ ପଶି ୫ରୁ ଅଧିକ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି ଏହି ଦନ୍ତା ।

{"id":209279,"sizeSlug":"large"}

ଏଥିସହିତ ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛି ହାତୀ । ହାତୀକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ହାତୀ ଏବେ ଘୁଣ୍ଟିବେଡା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି ।

{"id":209280,"sizeSlug":"large"}

ଗାଁ ନିକଟରେ ହାତୀଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହିତ ହାତୀ ଘଉଡାଇବା ପାଇଁ ଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.