ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ, ଭୟରେ ଗାଁ ଛାଡୁଛନ୍ତି ମହିଳା ଓ ଛେ।ଟ ପିଲା

Published By : Prameya-News7 Bureau | December 06, 2019 IST

ସୁବର୍ଣ୍ଣପୁର ୬।୧: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବ । ନିଦ ହଜାଇ ଦେଲେଣି ଜଂଗଲୀ ହାତୀ ପଲ । ଜଂଗଲ ଛାଡି ଗାଁକୁ ମୁହାଁଇଛନ୍ତି ହାତୀପଲ । ଲୋକଙ୍କ ଘରଦ୍ବାର ଭାଂଗିବା ସହ ଖାଇଯାଉଛନ୍ତି ଧାନ ଫସଲ । ପ୍ରଥମେ ଜିଲ୍ଲାର ତରଭା ଅଂଚଳ ଆଉ ଏବେ ଉଲୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଦେଖାଦେଇଛି ହାତୀ ଉପଦ୍ରବ । ଯାହାକୁ ନେଇ ଚିନ୍ତାରେ ଲୋକେ ।

{"id":194610,"sizeSlug":"large"}

ହାତୀ ଘଉଡାଇବା ପାଇଁ ଚାଲିଛି ଯୋରଦାର ଉଦ୍ୟମ । କିଏ ହାତରେ ନିଆଁହୁଳା ଧରିଛି ତ ଆଉ କିଏ ଲାଠି । ସେପଟେ ପୁଣି ଘଣ୍ଟବାଦ୍ୟ ଆଉ ନିଶାନ ବଜାଇ ହାତୀ ଘଉଡାଇବାକୁ ଚାଲିଛି ଉଦ୍ୟମ । ଗାଁର ଛୁଆଠୁ ବୁଢା ସମସ୍ତେ ଲାଗିଛନ୍ତି । କିନ୍ତୁ ଇଞ୍ଚେବି ଘୁଞ୍ଚନାହାନ୍ତି ହାତୀ ପଲ । ଏଭଳି ଦେଖିବାକୁ ମିଳିଛି ଉଲୁଣ୍ଡା ରେଞ୍ଜ ବଡମାଲ ଗାଁରେ ।

{"id":194613,"sizeSlug":"large"}

ଗତ କିଛି ଦିନ ହେଲାଣି ଗାଁରେ ଆତଙ୍କ ମଚାଇଛନ୍ତି ହାତୀପଲ । ସନ୍ଧ୍ୟା ହେଲେ ଆରମ୍ଭ କରୁଛନ୍ତି ଉପଦ୍ରବ । ଧାନ ଖଳାରେ ପଶି ଖିନଭିନ୍ କରୁଛନ୍ତି । ଖାଉଛନ୍ତି ଯେତିକି ଦଳିକୁଦି ନଷ୍ଟ କରୁଛନ୍ତି ସେତିକି । ବାରମ୍ବାର ବନ ବିଭାଗକୁ ଅଭିଯେ।ଗ କରି ନିରାଶ ହେବା ପରେ ନିଜେ ହାତୀ ଘଉଡାଇବାକୁ ପ୍ରୟାସ କରୁଛନ୍ତି ଗ୍ରାମବାସୀ ।

{"id":194611,"sizeSlug":"large"}

କେବଳ ଧାନକ୍ଷେତ କି ଖଳା ନୁହେଁ ହାତୀପଲ ଗାଁ ଭିତରକୁ ମଧ୍ୟ ମାଡି ଆସୁଛନ୍ତି । ସଂଧ୍ୟାହେଲେ ଗାଁ ଭିତରକୁ ଆସି ଘରଦ୍ବାର ଭାଂଗିବା ସହ ଘରେ ଥିବା ଧାନ ଚାଉଳ ଖାଇଯାଉଛନ୍ତି । ସପ୍ତାହେ ଭିତରେ ଗାଁର ୫ ବଖରା ଘର ଭାଂଗି ସାରିଲେଣି ହାତୀପଲ । ଭୟରେ ଲୋକେ ରାତିରେ ଶେ।ଇପାରୁନାହାନ୍ତି । ଛୋଟ ଛୁଆ ଓ ମହିଳାଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡିବାକୁ ପଡୁଛି । ତେଣୁ ହାତୀ ଘଉଡାଇବାକୁ ତୁରନ୍ତ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.