ଥମୁନି ହାତୀ ଉପଦ୍ରବ, ୪ ଦିନ ହେଲା ଉତ୍ପାତ କରୁଛନ୍ତି ୧୮ ଟିକିଆ ଝାଡଖଣ୍ଡି ହାତୀପଲ

Published By : Prameya-News7 Bureau | July 11, 2021 IST

କରଞ୍ଜିଆ ୧୧।୭: ଥମୁନି ହାତୀ ଉପଦ୍ରବ । ଆଜିକୁ ୪ ଦିନ ହେଲା କରଞ୍ଜିଆ ବନାଞ୍ଚଳରେ ଲାଗି ରହିଛି ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉତ୍ପାତ । ଦୁଇ ଦିନ ଭିତରେ ୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଦେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।

{"id":478796,"width":748,"height":449,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ବନାଞ୍ଚଳ ଦେଉଳି ଗାଁରେ ହାତୀପଲ ଗୋଟିଏ ଘର ଭାଙ୍ଗିଛନ୍ତି । ବର୍ତ୍ତମାନ ୭ଟି ହାତୀ ପାର୍ବତୀପୁର ଗାଁ ନିକଟରେ ରହିଥିବା ବେଳେ ଆଉ ୧୧ଟି ହାତୀ ଶିରୋମଣିପୁର ଗାଁ ନିକଟ ଜଙ୍ଗଲରେ ରହିଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.