Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଠମଲ୍ଲିକ ବନଖଣ୍ଡରେ ହାତୀ ଉପଦ୍ରବ ବଢାଇଲା ଚାଷୀଙ୍କ ଚିନ୍ତା

10/11/2019 at 1:18 PM

ଆଠମଲ୍ଲିକ ୧୦।୧୧: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ହାତୀ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢାଇଛି । ପାଚିଲା ଧାନ ମୋହରେ ଆଠମଲ୍ଲିକ ଜଙ୍ଗଲି ହାତୀ । କ୍ଷେତରେ ପଶି ଖାଇ ଦଳି ନଷ୍ଟକରି ଦେଉଛନ୍ତି ଏକର ଏକର ଧାନ ଫସଲ ।

ସଞ୍ଜ ନଇଁଲା ମାତ୍ରେ ହାତୀ ପଲ ଧାନ କ୍ଷେତକୁ ଆସିଯାଉଛନ୍ତି । ଲୋକେ ରାତି ସାରା ନିଆଁ ଲଗାଇ ଜଗୁଛନ୍ତି । ଆଠମଲ୍ଲିକ କଲେଜ ପାଖ ଧାନ ବିଲକୁ ମଧ୍ୟ ହାତୀ ଆସି ଯାଇଛନ୍ତି । ଗତ ବୁଧବାରଠାରୁ ଫକିରପଡା, ଜଦପୁର, କମଳପୁର, ରଙ୍ଗପୁର, କୁନ୍ଦପୁର  ଗାଁ ଗୁଡିକରେ ହାତୀ ଧାନ ଫସଲ ଖାଇ ଦଳି ନଷ୍ଟ କରୁଛନ୍ତି । ଏହି ଅଞ୍ଚଳର  ଶହେ ଏକରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଛି ।

ବନ ବିଭାଗଠାରୁ କ୍ଷତିପୂରଣ ମାଗିଲେ ଅଧିକାରୀ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି ।ଏପରି ସ୍ଥିତିରେ ଚାଷୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts