୩୨ଟିକିଆ ହାତୀପଲଙ୍କ ଆତଙ୍କ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ
26/11/2020 at 2:54 PM

ଅନୁଗୋଳ ୨୬।୧୧: ଅନୁଗୋଳ ଜାମୁଗାଡ଼ିଆ ଗାଁରେ ୩୨ଟିକିଆ ହାତୀପଲଙ୍କ ଆତଙ୍କ । ଏତେ ସଂଖ୍ୟକ ହାତୀକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଫସଲ ଅମଳ ସମୟ ଥିବାରୁ ଏହି ହାତୀମାନେ ନିକଟସ୍ଥ ଜଙ୍ଗଲରୁ ଫସଲ ଖାଇବା ପାଇଁ ଆସିଥିବା ଜଣା ପଡ଼ିଛି । ହାତୀମାନଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ସହ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ଖବର ପାଇ ଅନୁଗୋଳ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021