ବିମଳା ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ : ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ, ଲୋକେ ଆତଙ୍କିତ

Published By : Prameya-News7 Bureau | March 04, 2021 IST

ତେଲକୋଇ ୪।୩: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ୨ ତାରିଖ ଦିନ ବିମଳା ଫରେଷ୍ଟ ବିଟd ଅଧିନ ବନ୍ଦନଝରି ଗାଁରେ ଜଣେ ଛେଳି ଚରାଳିଙ୍କୁ ଦନ୍ତା ଆକ୍ରମଣ କରି ଗୁରୁତର କରଥିବା ବେଳେ ବୁଧବାର  ବିଳମ୍ବିତ ରାତିରେ  ରାଣିବେଡା ଗାଁରେ ୭ଟିକିଆ ହାତୀପଲ ପଶି ଜଣେ ଭିନ୍ନକ୍ଷମ ଦିଗାମ୍ବର ମହାନ୍ତଙ୍କ ଘର ଭାଙ୍ଗିବା ସହ ଘରେ ଥିବା ୫ କ୍ବିଣ୍ଟାଲ ଧାନ ଓ ୨ କ୍ବିଣ୍ଟାଲ କୋଳଥ ଖାଇ ନଷ୍ଟ କରିଦେଇଛନ୍ତି ।

{"id":417565,"sizeSlug":"large","linkDestination":"none"}

ଏହାସହିତ ବାଡିରେ ଥିବା ପନିପରିବା ଫସଲକୁ ମଧ୍ୟ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଏହି ୭ ଟିକିଆ ହାତୀପଲରେ ଦୁଇଟି ଛୁଆ ହାତୀ ମଧ୍ୟ ରହିଛନ୍ତି । ରାତି ପ୍ରାୟ ୧୧ଟା ବେଳେ ହାତୀ ଘର ଭାଙ୍ଗିବା ଶବ୍ଦ ଶୁଣି ଦିଗାମ୍ବର ଭିନ୍ନକ୍ଷମ ଯୋଗୁଁ ଉଠି ପାରିନଥିଲେ ଭୟରେ ପାଟି କରିଥିଲେ । ପାଟିଶୁଣି ପାଖ ଘର ଲୋକେ ଉଠି ପଡିଥିଲେ ଏବଂ ହାତୀପଲକୁ ବାଜା ବଜାଇ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନହେବାରୁ ବିମଳା ଫରେଷ୍ଟରଙ୍କୁ ଯୋଗାଯୋଗ କରିଥିଲେ । ରାତି ଗୋଟାଏ ବେଳକୁ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇଥିଲେ ଏବଂ କ୍ଷୟକ୍ଷତିର ଆକଳନ କରିଥିଲେ । ଏବେ ହାତୀପଲ ପାଖ ଜଙ୍ଗଲରେ ରହୁଥିବା ରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.