ଥମୁନି ହାତୀ ଉପଦ୍ରବ, ଏକର ଏକର ଫସଲ ଦଳିଚକଟି ନଷ୍ଟ କଲେ

Published By : Prameya-News7 Bureau | January 06, 2021 IST

ତେଲକୋଇ ୬।୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଖୁଣ୍ଟାପଡା ଗାଁରେ ପଶି ଅନିରୋଧ ସାହୁ ଓ ବଳଭଦ୍ର ପାତ୍ରଙ୍କ ଖଳାରୁ ଧାନ ଖାଇଦେବା ସହ ଏକର ଏକର ଫସଲକୁ ଦଳି ଚକଟି ନଷ୍ଟ କରିଛନ୍ତି । ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏକର ଏକର ଆଳୁ ଫସଲ ଓ କୋବି ଫସଲ ନଷ୍ଟ ହୋଇଛି ।

ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ହାତୀ ଉପଦ୍ରବରେ ମିଳୁଥିବା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ଅଭିଯୋଗ କରିବା ସହ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.