ଦନ୍ତାହାତୀ ଉପଦ୍ରବ : ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା

Published By : Prameya-News7 Bureau | June 22, 2021 IST

ତେଲକୋଇ ୨୨।୬: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଜଗମୋହନପୁର ଫରେଷ୍ଟ ବିଟ୍ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ । ଦୋବଲାପାଳ ପଞ୍ଚାୟତର ବାଶଂପାଳ ଗାଁ ଜୁଆଙ୍ଗ ସାହିରେ ଗୋଠଛଡା ଦନ୍ତା ହାତୀ ଉପଦ୍ରବ ଚଳାଇଛି । ସୋମବାର  ବିଳମ୍ବିତ ରାତିରେ ଗାଁରେ ପଶି ସୁକୁମାରୀ ଜୁଆଙ୍ଗଙ୍କ ଘର ଭାଙ୍ଗିଛି । ରାତି ପ୍ରାୟ ୩ଟା ସମୟରେ ସୁକୁମାରୀ ଜୁଆଙ୍ଗ ୪ ପିଲାଙ୍କ ସହିତ ଘରେ ଶୋଇଥିବା ବେଳେ ଦନ୍ତା ଘର ଭାଙ୍ଗିଥିଲା । ଭୟରେ ପିଲାଛୁଆଙ୍କୁ ଧରି ସୁକୁମାରୀ ପଡିଶା ଘରକୁ ଲୁଚି ପଳାଇଥିଲେ । ଦନ୍ତା ଘରଭାଙ୍ଗି ୧୫ ବସ୍ତା ଧାନ ଖାଇବା ସହ ଦୁଇବସ୍ତା ଚାଉଳ ଟେକି ନେଇ ଚାଲି ଯାଇଥିଲା ।

{"id":469510,"width":749,"height":402,"sizeSlug":"large","linkDestination":"none"}

ଗାଁରେ ଦନ୍ତା ପଶିବା ଦେଖି ଲୋକେ ବନ ବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ବନ ବିଭାଗ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି ସାହି ଲୋକେ । ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.