ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ, ଘରେ ପଶି ଭଙ୍ଗାରୁଜା କରିବା ସହ ନଷ୍ଟ କଲେ ଫସଲ

Published By : Prameya-News7 Bureau | June 17, 2021 IST

ତେଲକୋଇ ୧୭।୬: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ଭିମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ ଗାଁରେ ଉପଦ୍ରବ କରୁଛନ୍ତି ହାତୀ ପଲ । ବିଳମ୍ବିତ ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ପନିପରିବା ଫସଲ ନଷ୍ଟ କରିଛନ୍ତି ।

{"id":467293,"sizeSlug":"large","linkDestination":"none"}

ବୁଧବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ୧୫ଟିକିଆ ହାତୀ ପଲ ଗାଁ ଭିତରେ ପଶି ଉପଦ୍ରବ ଚଳାଇଥିଲେ । ହାତୀ ପଲରେ ୬ଟି ଛୁଆ ହାତୀ ଥିବା ଜଣାପଡିଛି । ଭୀମକାଣ୍ଡ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ନାୟକଙ୍କ ବାଡିରେ ପଶି ପନିପରିବା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଥିଲେ । ଫସଲ ଜଗିବା ମଞ୍ଚାକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଗାଁରେ ପଶି ବିଷ୍ଣୁ ମହାକୁଡଙ୍କ କାନ୍ଥ ଭାଙ୍ଗି ଘରେ ଥିବା ଭାତକୁ ଖାଇଦେବା ସହ ଧାନ ଚାଉଳକୁ ମଧ୍ୟ ଖାଇ ଦେଇଛନ୍ତି । ଘରେ ଥିବା ରୋଷେଇ ପାତ୍ରକୁ ଫିଙ୍ଗା ଫୋପଡା କରି ହାତୀ ପଲ ଭାଙ୍ଗି ଦେଇଛନ୍ତି । ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଗାଁ ଭିତରକୁ ଦୌଡ଼ି ପଳାଇଥିଲେ ।ଗାଁ ଲୋକେ ଟିଣ ବାଡେଇ ଓ ନିଆଁହୋଳା ସାହାଯ୍ୟରେ ହାତୀ ପଲଙ୍କୁ ଘଉଡାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.