ହାତୀପଲଙ୍କ ଉପଦ୍ରବ : ଭାଙ୍ଗିଲେ ଘର, ଖାଇଗଲେ ଧାନଚାଉଳ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

Published By : Prameya-News7 Bureau | May 28, 2021 IST

ତେଲକୋଇ ୨୮।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ । କେତେବେଳେ ଦନ୍ତା ଆକ୍ରମଣରେ ମହିଳା ଗୁରୁତର ତ ଆଉ କେତେବେଳେ ଗାଁରେ ପଶି ଘରଦ୍ବାର ଭାଙ୍ଗୁଛନ୍ତି ହାତୀପଲ । ଗୁରୁବାର କରମଙ୍ଗି ଗାଁ ଜୁଆଙ୍ଗ ସାହିରେ ହାତୀ ପଲ ପଶି ଘର ଭାଙ୍ଗିବା ସହ ବସ୍ତା ବସ୍ତା ଧାନ ଚାଉଳ ଖାଇଯାଇଛନ୍ତି ।

ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ୧୧ ଟିକିଆ ହାତୀ ପଲ ଗାଁ ଭିତରେ ପଶି ଉପଦ୍ରବ ଚଳାଇଥିଲେ । ହାତୀ ପଲରେ ୫ଟି ଛୁଆହାତୀ ମଧ୍ୟ ରହିଥିବା ଜଣାପଡିଛି । ହାତୀ ପଲ କରମଙ୍ଗି ଗାଁର ଜୁଆଙ୍ଗ ସାହିରେ ପଶି ବିଷ୍ଣୁ ଜୁଆଙ୍ଗ ଘରର କାନ୍ଥ ଭାଙ୍ଗି ୧୦ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳ ଖାଇଯିବା ସହ ଆଧାର କାର୍ଡ ଓ ରାସନକାର୍ଡକୁ ମଧ୍ୟ ନଷ୍ଟ କରିଦେଇଛନ୍ତି ।ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଦୌଡ଼ି ଯାଇ ସାହି ଭିତରକୁ ପଳେଇ ଥିଲେ । ସାହି ଲୋକଙ୍କ ସହାୟତାରେ ନିଆଁ ହୋଳା ସାହାଯ୍ୟରେ ହାତୀ ପଲଙ୍କୁ ଘଉଡ଼ାଇ ଥିଲେ । ଗାଁ ପାଖ ଜଙ୍ଗଲରେ ହାତୀ ପଲ ରହୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.