ଚିକିଟି ବ୍ଲକ୍‌ରେ ହାତୀ ପଲଙ୍କ ଉତ୍ପାତ : ଧାନ ବସ୍ତାରୁ ଖାଇଗଲେ ଧାନ, ନଷ୍ଟ କଲେ ଫସଲ

Published By : Prameya-News7 Bureau | January 20, 2022 IST

ସାନଖେମୁଣ୍ଡି ୨୦।୧: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଗୋବିନ୍ଦନଗର ଅଞ୍ଚଳରେ ହାତୀ ଉତ୍ପାତ । ବୁଧବାର ରାତିରେ ୧୨ ଟିକିଆ ହାତୀପଲ ପଶି ଚାଷୀଙ୍କ ଧାନ ବସ୍ତାରୁ ଧାନ ଖାଇ ନଷ୍ଟ କରିଛନ୍ତି । ଏହାସହ ଛତୁ ଚାଷ ପାଇଁ ତିଆରି ହୋଇଥିବା ବାଉଁଶ ଭାଡ଼ି, କଦଳୀ ଗଛ, ଦେଶୀ ଆଳୁ ଚାଷକୁ ବି ନଷ୍ଟ କରିଛନ୍ତି। ବର୍ତ୍ତମାନ ହାତୀ ପଲ ତୁଳସୀଖୋଲ ଜଙ୍ଗଲରେ ରହିଛନ୍ତି । ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବଣ, ରେଳଷ୍ଟେସନକୁ ଯିବାକୁ ବାରଣ କରାଯାଇଛି । ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯାଉଥିବା ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.