କେନ୍ଦୁଝର ସଦର ରେଞ୍ଜରେ ବଣୁଆ ହାତୀ ପଲଙ୍କ ଆତଙ୍କ, ବନ ବିଭାଗ ରଖିଛି ତୀକ୍ଷ୍ନ ନଜର
27/11/2020 at 8:55 AM

କେନ୍ଦୁଝର ୨୭।୧୧: କେନ୍ଦୁଝର ସଦର ରେଞ୍ଜର ଦେଓବନ୍ଧ ଗାଁକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ । ଶୁକ୍ରବାର ସକାଳୁ ସକାଳୁ ଦେଓବନ୍ଧ ଅଞ୍ଚଳକୁ ଏକ ୧୨ ଟିକିଆ ହାତୀ ପଲ ସଦର ରେଞ୍ଜକୁ ଧସେଇ ପଶି ଆସିଥିଲେ ।

ପ୍ରଥମେ ହରିହରପୁର, ମଇଦାନକେଲ ଆଦି ଗାଁରେ ପ୍ରବଳ ପନିପରିବା ନଷ୍ଟ କରିବା ସହ ସକାଳୁ ସକାଳୁ ଦେଓବନ୍ଧ ଗାଁ ନିକଟ ଜଙ୍ଗଲକୁ ଧସେଇ ପଶି ଆସିଛନ୍ତି । ହଜାର ହଜାର ଲୋକ ହାତୀକୁ ଘେରି ରହିଥିବା ବେଳେ ହାତୀପଲ ଗାଁ ମଝିରେ ଥିବା ଜଙ୍ଗଲରେ ଡେରା ପକାଇଛନ୍ତି ।

ଏହି ହାତୀ ପଲରେ ୩ଟି ଦନ୍ତା ଥିବା ଓ ୩ଟି ଛୁଆ ଥିବାବେଳେ ଆଉ ୬ଟି ମଧ୍ୟ ବୟସ୍କ ହାତୀ ଥିବା ଜଣା ପଡ଼ିଛି । ଜଙ୍ଗଲ ବିଭାଗ ପହଁଚି ହାତୀ ପଲଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021