କାମାକ୍ଷାନଗର ବନଖଣ୍ଡରେ ହାତୀ ଉପଦ୍ରବ : ମଇଁଷିକୁ ଗୋଡରେ ଦଳି ମାରିଲା, ୬ ମଇଁଷି ଗୁରୁତର

Published By : Prameya-News7 Bureau | September 07, 2021 IST

କାମାକ୍ଷାନଗର ୭।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗିରହିଛି । ହାତୀ ଧାନ, ପରିବା ଫସଲ ଉଜାଡ଼ୁଥିବା ବେଳେ ସୋମବାର ରାତିରେ ଗୋଠରେ ବନ୍ଧା ଯାଇଥିବା ମଇଁଷି ଉପରେ ଆକ୍ରମଣ କରିଛି। ସୋମବାର ରାତିରେ ହାତୀପଲ ତୁମୁଁସିଙ୍ଗା ଗାଁର ଗଜାବୁରି ଖେଳପଡିଆ ନିକଟରେ ଥିବା ମଇଁଷି ଗୋଠରେ ଗୋଟିଏ ମଇଁଷିକୁ ଗୋଡ଼ରେ ଦଳି ମାରିଦେଇଥିବା ବେଳେ ୬ଟି ମଇଁଷିକୁ ଗୁରୁତର ଆହତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ତୁମୁଁସିଙ୍ଗା ଗାଁର ସାଆନ୍ତେରା ନାୟକ ଓ କେଶବ ନାୟକ ଏଠାରେ ମଇଁଷି ବାନ୍ଧନ୍ତି। ସୋମବାର ବିଳମ୍ବିତ ରାତିରେ ଗୋଠରେ ପଶି ଦନ୍ତାହାତୀ ଆକ୍ରମଣ କରିଥିଲା । ତେଣୁ ରାତି ହେଲେ ହାତୀ ଉପଦ୍ରବ ଦିନକୁ ଦିନ ବଢିଚାଲିଛି । ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.