ଜନବସତି ମୁହାଁ ହାତୀ ପଲ, ଲୋକେ ଆତଙ୍କିତ

Published By : Prameya-News7 Bureau | June 03, 2020 IST

ମୁନିଗୁଡା ୩।୬: ଗତ କିଛିଦିନ ଧରି ହାତୀ ପଲ ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ଶକଟା ଓ ଭାଲିଆପଦର ଅଞ୍ଚଳରେ ବୁଲୁଛନ୍ତି । ଏହି ହାତୀ ପଲରେ ଗୋଟିଏ ଦନ୍ତାହାତୀ ସହ ଗୋଟିଏ ଛୁଆହାତୀ ଓ ୪ଟି ମାଈ ହାତୀ ବୁଲୁଥିବା ଅନୁମାନ କରାଯାଉଛି ।

{"id":280511,"sizeSlug":"large"}

ଏହି ହାତୀପଲ ଜିଲ୍ଲାର କଲ୍ୟାଣସଂହପୁର ବ୍ଲକର ନିୟମଗିରି ପାହାଡ ଅଞ୍ଚଳରୁ ଆସି ମୁନିଗୁଡା ଅଞ୍ଚଳରେ ବୁଲିବା ସହ ଫସଲ ନଷ୍ଟ କରୁଛନ୍ତି । ଏହାସହ କିଛି ବ୍ୟକ୍ତିଙ୍କ କୁଡିଆ ଭାଙ୍ଗି ଦେଇଛନ୍ତି । ଉକ୍ତ ଅଞ୍ଚଳରେ ବନ ବିଭାଗର କର୍ମଚାରୀମାନେ ଜନସାଧାରଣ ଓ ହାତୀର ସୁରକ୍ଷା ପାଇଁ ପ୍ରହରା ଦେଉଛନ୍ତି । ତେବେ ହାତୀଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ ପରେ କ୍ଷତିପୂରଣ ଦିଆଯିବା ନେଇ ମୁନିଗୁଡା ବନପାଳ ପ୍ରକାଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.