Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହାତୀର ଉନ୍ମତକାଣ୍ଡ : ରାସ୍ତାରେ ଗଛ ଡାଳ ପକାଇ ୨ ଘଣ୍ଟା କଲା ଅବରୋଧ, ଅଟକିରହିଲା ଯାନବାହାନ

29/01/2021 at 9:54 AM

କଳାହାଣ୍ଡି୨୯।୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳରାମପୁର ୪୬ ନମ୍ବର ରାଜ୍ୟ ରାଜପଥ ଘାଟି ନିକଟରେ ଦୁଇ ଘଣ୍ଟା ରାସ୍ତା ଅବରୋଧ କଲା ଜଙ୍ଗଲୀ ହାତୀ । ଗୁରୁବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା ।

ଫୁର୍ଲିଝରନ ଓ ଶଗଡା ମଝି ଜଙ୍ଗଲରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା । ଗଛ ଓ ଡାଳ ଭାଙ୍ଗି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରି ହାତୀ ଛିଡା ହୋଇ ରହିଥିଲା । ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ପରେ ହାତୀ ରାସ୍ତାରୁ ହଟି ତଳକୁ ଚାଲି ଯାଇଥିଲା। ଫଳରେ ଲୋକେ ଯାତାୟତ କରିଥିଲେ । ଏହି ସ୍ଥାନରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଟକି ରହିଥିଲେ ।

   Related Posts