ବୈରୀ ରେଞ୍ଜ ଅଞ୍ଚଳରେ ଜନବସତି ମୁହାଁ ଜଙ୍ଗଲୀ ହାତୀ, ଲୋକେ ଭୟଭୀତ

Published By : Prameya-News7 Bureau | October 25, 2021 IST

ଚଣ୍ଡିଖୋଲ ୨୫।୧୦: ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ।  ଢେଙ୍କାନାଳ ଜିଲ୍ଲାରୁ ଗୋଟିଏ ଜଙ୍ଗଲୀ ହାତୀ କଟକ ଜିଲ୍ଲା ନିଶ୍ଚିତକୋଇଲି, ମାହାଙ୍ଗାର ବିଭିନ୍ନ ସ୍ଥାନରେ ହାତୀଟି ଜନବସତି ମୁହାଁ ହୋଇଥିଲା । ପରେ ବୈରୀ ରେଞ୍ଜ ଅନ୍ତର୍ଗତ ବନ ବିଭାଗ କର୍ମଚାରୀମାନେ ହାତୀଟିକୁ ଘଉଡ଼ାଇ ଥିଲେ ।

ହାତୀଟି ଚାଲି ଆସି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନରେ ହାତୀଟି ଉପଦ୍ରବ କରୁଥିଲା । ୪ ଦିନ ଧରି ହାତୀଟି ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ କରୁଥିଲା । ଜନବସତି ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିଲେ । ହାତୀଟି ବିଭିନ୍ନ ସମୟରେ ରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ବୈରୀ ରେଞ୍ଜରଙ୍କ ସହ ବନ ବିଭାଗର ୯ଟି ଟିମ୍ ହାତୀ ଘଉଡ଼େଇବା ପାଇଁ ନିୟୋଜିତ ହୋଇଥିଲେ । ନିଆଁ ହୁଳା, ଟାୟାର ଜଳି, ସାଇରନ୍ ମାଧ୍ୟମରେ ହାତୀକୁ ଘଉଡ଼ାଇଥିଲେ । ଫଳରେ ହାତୀଟି ମହାବିନାୟକ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.