Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରିପଦାରେ ଡିଜେ ଶୁଣି ରାଗିଲା ହାତୀ – ଭୋଜି ସ୍ଥଳ କଲା ନଷ୍ଟଭ୍ରଷ୍ଟ, ଦେଖନ୍ତୁ ଏହାର ବିଭିନ୍ନ ଫଟୋ

25/12/2019 at 2:04 PM

ବାରିପଦା ୨୫।୧୨ –  ଡିଜେ ଶୁଣି ରାଗିଲା ହାତୀ । ମୟୁରଭଞ୍ଜ ଜିଲ୍ଲା ସୀତାକୁଣ୍ଡରେ ପର୍ଯ୍ୟଟକ ପିକନିକ୍ କରୁଥିବା ବେଳେ ଦେଖିବାକୁ ମିଳିଛି ଗଜରାଜଙ୍କ ଆତଙ୍କ । ସଭିଏଁ ନାଚଗୀତରେ ମସଗୁଲ ଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ଭିତରେ ପଶି ଯାଇଥିଲା ହାତୀ । ଗତ ରବିବାର ଦିନର ଏହି ଦୃଶ୍ୟ ।

 ବନବିଭାଗର ହାତୀ ମାହୁନ୍ତ ହାତରୁ ଖସିଯାଇ ଲୋକଙ୍କ ପାଖକୁ ଯିବା ପରେ ଲୋକେ ଭୟରେ ଦୈାଡ଼ିବାକୁ ଲାଗିଥିଲେ ।

ହାତୀ ପର୍ଯ୍ୟଟକଙ୍କ ଖାଦ୍ୟ ଫୋପାଡ଼ିବା ସହିତ ବେଶ କିଛଇ ସମୟ ଧରି ସେଠାରେ ଆତଙ୍କ ମଚାଇଥିଲା ।

 ତେବେ ହାତୀର ଗୋଡ଼ରେ ଶିକୁଳି ବନ୍ଧା ହୋଇଥିବାରୁ କୌଣସି ପର୍ଯ୍ୟଟକଙ୍କର କ୍ଷତି କରି ନାହିଁ ହାତୀ ।

ଶେଷରେ ବନବିଭାଗ କର୍ମଚାରୀ ଓ ପର୍ଯ୍ୟଟକ ମିଶି ହାତୀଟିକୁ କାବୁ କରି ଗଛରେ ବାନ୍ଧିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା

   Related Posts