Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ମାହୁନ୍ତ ହାତରୁ ଖସିଗଲା ହାତୀ, ଡିଜେ ସାଉଣ୍ଡ୍‌ ଶୁଣି କଲା ପ୍ରଳୟ, ଦେଖନ୍ତୁ ଏହି ଦୃଶ୍ୟ

25/12/2019 at 7:32 PM

ମୟୁରଭଞ୍ଜ ୨୫/୧୨: ଡିଜେ ଶୁଣି ରାଗିଲା ବବଲୁ । ବବଲୁ ଏହି ଛୋଟ ହାତୀ। ଯାହାର ଗୋଡ଼ରେ ବନ୍ଧା ହୋଇଛି ଶିକୁଳି।  ମୟୁରଭଞ୍ଜ ଜିଲ୍ଲା ସୀତାକୁଣ୍ଡରେ ପର୍ଯ୍ୟଟକ ପିକନିକ୍ କରୁଥିବା ବେଳେ ଦେଖିବାକୁ  ବବଲୁ ହଠାତ ରାଗିଥିଲା । ପର୍ଯ୍ୟଟକଙ୍କ ଭିଡ଼ ଭିତରେ ପଶି ଯାଇଥିଲା । ମାହୁନ୍ତ ହାତରୁ ଖସି ଲୋକଙ୍କ ପାଖକୁ ଚାଲିଯାଇଥିଲା। ଫଳରେ ଲୋକେ ଭୟରେ ଦୌଡ଼ିବାକୁ ଲାଗିଥିଲେ । ହାତୀ ପର୍ଯ୍ୟଟକଙ୍କ ଖାଦ୍ୟ ଫୋପାଡ଼ିବା ସହିତ ବେଶ କିଛି ସମୟ ଧରି ସେଠାରେ ଆତଙ୍କ ମଚାଇଥିଲା ।

ତେବେ ହାତୀର ଗୋଡ଼ରେ ଶିକୁଳି ବନ୍ଧା ହୋଇଥିବାରୁ କୌଣସି ପର୍ଯ୍ୟଟକଙ୍କର କ୍ଷତି କରି ନାହିଁ ହାତୀ । ବରଂ ଲୋକେ ଚେନକୁ ନିର୍ମମ ଭାବେ ଟାଣି ତାକୁ ବାରମ୍ବାର ହଟହଟା କରିଥିଲେ। ଏପରିକି ଚେନ ଯୋଗୁଁ ହାତୀର ଗୋଡ଼ରେ ଖଣ୍ଡିଆ ହୋଇଥିବା ଆଶଙ୍କା କରାଯାଉଛି।  ବନବିଭାଗ କର୍ମଚାରୀ ଓ ପର୍ଯ୍ୟଟକ ମିଶି ହାତୀଟିକୁ କାବୁ କରି ଗଛରେ ବାନ୍ଧିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା, କିନ୍ତୁ ହାତୀଟିକୁ ଯେଉଁଭଲି ହଇରାଣ କରାଗଲା ସେନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏ ହେଉଛି ଚୌଦ୍ବାର ଶିଳ୍ପାଞ୍ଚଳର ଦୃଶ୍ୟ।  ହାତୀପଲଙ୍କ ଉପଦ୍ରବ । ବିଳମ୍ବିତ ରାତିରେ ୧୫ ଟିକିଆ ହାତୀପଲ ଚୌଦ୍ବାର ଶିଳ୍ପାଞ୍ଚଳ ମଧ୍ୟରେ ପଶି ଭଙ୍ଗାରୁଜା କରିଛନ୍ତି। ଏଠାରେ ଥିବା ଏକ ପାଇପ କାରଖାନାର ପାଚେରୀ ଭାଙ୍ଗି ପସିଯାଇଥିଲେ ହାତୀପଲ । ଗତ କିଛିଦିନ ହେଲା କଟକ ବନଖଣ୍ଡ ଅଧୀନସ୍ଥ ଡାଳିଯୋଡା ରିଜର୍ଭ ଜଙ୍ଗଲରୁ ଚାଲିଆସିଥିବା ହାତୀପଲ ଚୌଦ୍ବାର ଆଖପାଖରେ  ଉପଦ୍ରବ କରୁଛନ୍ତି । ଦିନବେଳେ ବାଣୀପଦା ଓ ଇନ୍ଦ୍ରାଣୀପାଟଣା ନିକଟବର୍ତ୍ତୀ ଛତିଶାପାଟ ଶିଳ୍ପାଞ୍ଚଳ ଆଖପାଖରେ ରହୁଛନ୍ତି ହାତୀପଲ । ସେହିପରି NH ୫୫ ନିକଟରେ ମଧ୍ୟ ଆତଙ୍କ ସୃଷ୍ଟି କରୁଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଗୋଶାଣିପାଳ ଗାଁରେ ହାତୀ ଆକ୍ରମଣରେ  ଜଣେ ମହିଳାଙ୍କ ମୃତ୍ୟୁ । ଆଜି ବଡି ଭୋର ସମୟରେ ଗୋଶାଣିପାଳ ଗାଁର ସ୍ନେହଲତା ନିକଟସ୍ଥ ଏକ ନାଳକୁ ଶୌଚ  ପାଇଁ ଯାଇଥିବାବେଳେ ସେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

   Related Posts