ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଛନ୍ତି ହାତୀ ପଲ, ବିକଳ ଚିତ୍କାର ଶୁଣି ଲୋକେ ଆତଙ୍କିତ
4/03/2021 at 6:40 PM

ଢେଙ୍କାନାଳ ୦୫/୦୩ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଲାଗିଛି ନିଆଁ। ନିଆଁରେ ହାତୀ ଫସି ଚିତ୍କାର କରିଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଜଙ୍ଗଲରେ ଲାଗିଛି ନିଆଁ । ଆଉ ଏହି ନିଆଁ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବାବେଳେ ହାତୀ ମାନଙ୍କର ଚିତ୍କାର ଶୁଭୁଛି । ଏହି ଅଗ୍ନିକାଣ୍ଡରେ ହାତୀ ଦୁଇ ତିନୋଟି ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ ଅଂଚଳ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଢେଙ୍କାନାଲ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ସେକ୍ସନର ବୁଢ଼ୀ ରଗଡି ରେ ଏହି ନିଆଁ ଲାଗିଛି। ନିଆଁ ସମ୍ପୂର୍ଣ ଜଙ୍ଗଲକୁ ବ୍ୟାପୁଥିବା ଜଣାପଡିଛି ।

ସ୍ଥାନୀୟ ଲୋକମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଜଙ୍ଗଲରୁ ଦୁଇ ତିନୋଟି ହାତୀ ବିକଟାଳ ଚିତ୍କାର କରୁଥିବାରୁ ନିଆଁ ଲିଭାଇବା ଛାଡି ଲୋକମାନେ ପଳାଇଆସିଛନ୍ତି । ତେବେ ବନ ବିଭାଗ ପକ୍ଷରୁ କେହି ପହଂଚି ନଥିବା ଜଣାପଡିଛି । ଫଳରେ ଜଙ୍ଗଲରେ ଫସି ରହିଥିବା ହାତୀ ମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।