ରାଉରକେଲାରେ ଜନବସତି ମୁହାଁ ହାତୀ ପଲ : ଲୋକେ ଆତଙ୍କିତ
28/10/2019 at 11:34 AM

ସୁନ୍ଦରଗଡ଼ ୨୮/୧୦: ରାଉରକେଲାରେ ଜନବସତି ମୁହାଁ ହାତୀ ପଲ । ଧାନ ଅମଳ ସମୟରେ ଖାଦ୍ୟ ପାଇଁ ମାଡି ଆସିଛନ୍ତି ହାତୀ ପଲ । ୨ ମାସ ହେବ ୧୮ଟି ହାତୀ ଉପଦ୍ରବ ଚଳାଇଛନ୍ତି । ଆଜି ଲାଠିକଟା ଏରଗେଡା ଅଞ୍ଚଳରେ ହାତୀପଲଙ୍କୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି ।

ହାତୀ ଉପଦ୍ରବରେ ଆତଙ୍କିତ ଅବସ୍ଥାରେ ଲୋକେ ରହିଛନ୍ତି । ବନ ବିଭାଗ ହାତୀ ପଲକୁ ଘଉଡାଇବା ପାଇଁ ଚେଷ୍ଟା କରି ସଫଳ ହୋଇପାରିନି ।

Related Posts
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021