ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

Published By : Prameya-News7 Bureau | August 31, 2018 IST

ଢେଙ୍କାନାଳ ୩୧|୮:   ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ମହାଲୁଣ୍ଡାର ଡେଙ୍ଗବରି ଜଙ୍ଗଲରୁ ମିଳିଛି ହାତୀର  ମୃତଦେହ । ସୂଚନା ଅନୁଯାୟୀ ବିଦ୍ୟୁତ୍ ଆଘାତ ଲାଗି ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୨ରୁ ୧୫ ବର୍ଷ । ଜଙ୍ଗଲରେ ଶିକାର ଲାଗି ବିଦ୍ୟୁତ୍ ତାର ବିଛାଇଥିଲେ ଶିକାରୀ । ସେହି ତାର ସଂସ୍ପର୍ଷରେ ଆସି ହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.