ବାରିପଦା ସହର ଭିତରେ ପସିଲା ଦନ୍ତା, ଲୋକେ ଭୟଭୀତ

Published By : Prameya-News7 Bureau | August 24, 2020 IST

ବାରିପଦା ୨୪।୮: ବାରିପଦା ସହର ଭିତରେ ପସିଲା ହାତୀ । ସକାଳୁ ସକାଳୁ ଗୋଠଛଡା ହୋଇ ଏକ ଦନ୍ତାହାତୀକୁ ୧୮ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାରଗାଡେଇ ଗୋଲେଇ ନିକଟରେ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ମିଳିଥିବା ସୂଚନା ଅନୁସାରେ ହାତୀଟି ଦେଉଳି ରେଞ୍ଜ ଲକ୍ଷ୍ମୀପୋଷି ଜଙ୍ଗଲରୁ ଗୋଠ ଛାଡି ସହର ମୁହାଁ ହୋଇଥିଲା । ଖବର ପାଇ ବାରିପଦା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇ ଥିଲେ । ହାତୀଟି କୁଳିଅଣା ବ୍ଲକ ଅଧିନ ଅସନଯୋଡ଼ାଠାରେ ଥିବା ସୂଚନା ମିଳିଛି।

{"id":319183,"sizeSlug":"large"}

ଗତ କିଛିଦିନ ଧରି ମୟୁରଭଞ୍ଜର ଦେଉଳି, ମୋରୋଡା, ବେତନଟୀ ଓ ରାସଗୋବିନ୍ଦପୁର ଅଞ୍ଚଳରେ ବଣୁଆ ହାତୀ ପଲଙ୍କ ଦୌରାତ୍ମ୍ୟ ଲାଗିରହିଥିଲା । ସୋମବାର ଏହି ଦନ୍ତା ହାତୀଟି ବାରିପଦା ସହର ଭିତରକୁ ଚାଲିଆସିଛି । ଯାହା ଫଳରେ ଲୋକେ ଭୟଭୀତ ଅଛନ୍ତି ।

{"id":319184,"sizeSlug":"large"}

ଯଦି ପୁରା ହାତୀପଲ ବାରିପଦା ସହର ମୁହାଁ ହୁଅନ୍ତି ତେବେ ବନ ବିଭାଗ ସହିତ ସହରବାସୀଙ୍କ ଲାଗି ମଧ୍ୟ ଚିନ୍ତାର କାରଣ ହେବ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ କାରଣରୁ ବାରିପଦା ଓ ତାର ଆଖପାଖ ଅଞ୍ଚଳ ଦୀର୍ଘ ଦିନରୁ ଶୂନସାନ ରହୁଥିବାରୁ ହାତୀ ସହର ଭିତରକୁ ଚାଲି ଆସିଥିବାର ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.