କେନ୍ଦୁଝରରେ ହାତୀ ଆତଙ୍କ ; ଧାନ, ଚାଉଳ, ମକା ଖାଇବା ସହ ଟଙ୍କା ବି ଖାଇଦେଲା ହାତୀ

Published By : Prameya-News7 Bureau | June 14, 2019 IST

କେନ୍ଦୁଝର ୧୪|୬: କେନ୍ଦୁଝରରେ ହାତୀ ଆତଙ୍କ । ବିଳମ୍ବିତ ରାତିରେ ସଂଖାରି ସାହିରେ ପଶି ଆତଙ୍କ ଖେଳାଇଛି ଦନ୍ତା ହାତୀ । ସାହିର ଭାଗିରଥୀ ଘଣାଙ୍କ ଘର କାନ୍ଥ  ଭାଙ୍ଗି  ଧାନ ଚାଉଳ ମକା ଖାଇବା ସହ ଟଙ୍କା ବି ଖାଇଯାଇଛି ।

{"id":122802}

ହାତୀ ଆସିବା ଜାଣିପାରି ଭାଗିରଥୀ ଏବଂ ତାଙ୍କ ସ୍ତ୍ରୀ, ପିଲା ଛୁଆଙ୍କୁ ଲୁଚାଇ ଦେଇ କୌଶଳକ୍ରମେ ବାହାରକୁ ବାହାରି ଯାଇଥିଲେ । ଫଳରେ ସେମାନେ ହାତୀ ଆକ୍ରମଣରୁ ରକ୍ଷରା ପାଇଯାଇଥିଲେ । ହାତୀଟି ଘର ଭିତରେ ପଶି ମନଇଚ୍ଛା ଖାଇବା ସହ ଦଳଚକଟି ନଷ୍ଟ କରିବା ପରେ ସେ ସ୍ଥାନ ଛାଡି ପାଖ ଜଙ୍ଗଲକୁ ଚାଲିଯାଇଛି । ହାତୀର ଉତ୍ପାତକୁ ନେଇ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.