ଗାଁ ନିକଟରେ ବୁଲୁଛନ୍ତି ୧୮ଟିକିଆ ହାତୀପଲ, ଭୟରେ ଘର ଛାତ ଉପରେ ଆଶ୍ରୟ ନେଲେ ଗାଁଲୋକ

Published By : Prameya-News7 Bureau | March 14, 2020 IST

ବଡବିଲ ୧।୩: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ବିଟ୍ ଅଂଚଳରେ ହାତୀ ଆତଙ୍କ । ଗତ ବୁଧବାର ରାତିରେ ୧୮ ଟିକିଆ ହାତୀପଲ ଜଜାଙ୍ଗ ଅଂଚଳରେ ପଶି ୩ଟି ଘର ଭାଙ୍ଗିଥିବା ବେଳେ, ଗତକାଲି ଅପରାହ୍ନ ୩ଟାରେ ଏହି ହାତୀପଲ ନମ୍ବିରା ଗାଁରେ ପଶିଥିଲେ । ତେବେ ହାତୀପଲ ପୋଖରୀରେ ପାଣି ପିଇବା ପରେ ସନ୍ଧ୍ୟାରେ ଗାଁ ମୁଣ୍ଡ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଶୁକ୍ରବାର ରାତିରେ ହାତୀପଲଙ୍କ ଭୟରେ ଗାଁ ଲୋକେ ବିଭିନ୍ନ ଛାତ ଘର ଉପରେ ଆଶ୍ରୟ ନେଇଥିଲେ ବୋଲି କହିଛନ୍ତି ।

{"id":238162,"sizeSlug":"large"}

ସେପଟେ ବନ ବିଭାଗ କର୍ମଚାରୀ ନମ୍ବିରା ଗାଁରେ ପହଁଚି ହାତୀପଲ ଉପରେ ନଜର ରଖିଥିଲେ । ଏବେ ଏହି ହାତୀପଲ ବନ୍ଧୁଆବେଡା ଗାଁ ନିକଟ ଜଙ୍ଗଲରେ ରହିଥିବା ବେଳେ, ଆଖପାଖ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ କର୍ମଚାରୀ ସେମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଘଉଡାଇବା ପାଇଁ ସଜାଗ ରହିଛନ୍ତି ବୋଲି ବାମେବାରୀ ବନ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.