ବାଲେଶ୍ବର ନୀଳଗିରି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ; ସୁରକ୍ଷା ପାଇଁ ଗାଁ ଲୋକେ ନିଆଁ ଜାଳି ମଞ୍ଚାରେ ନେଇଛନ୍ତି ଆଶ୍ରୟ

Published By : Prameya-News7 Bureau | November 02, 2018 IST

ବାଲେଶ୍ବର ୨|୧୧:    ବାଲେଶ୍ବର ନୀଳଗିରି ଅଞ୍ଚଳକୁ ପସି ଆସିଥିବା ୩୪ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଲାଇବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହା ସହ ହାତୀ ପଲ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ସୁରକ୍ଷା ପାଇଁ ଗାଁ ଲୋକେ ନିଆଁ ଜାଳି ମଞ୍ଚାର ଆଶ୍ରୟ ନେଇଛନ୍ତି । ତେବେ ବନବିଭାଗ ଓ ପୋଲିସ ମିଶି ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଚାଲାଇଛନ୍ତି । ବନବିଭାଗ ତରଫରୁ ଯୁଦ୍ଧକାଳୀନ ଭିତରେ ଟ୍ରଂଚେ ଓ ସୋଲାର ଫେନସିର ପୁନଃ ଉଦ୍ଧାର କରାଯାଉଥିବା ଦେଖାଯାଇଛି । ଆଜି ହାତୀ ପଲ ଗୁଡିକ କୁଂଚିବଣିଆ ଅଞ୍ଚଳରେ ପଶି ବାଇକ ଭାଙ୍ଗାରୁଜା କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଓ ବନ କର୍ମଚାରୀଙ୍କ ସହ ଗାଁ ଲୋକଙ୍କ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିର ରଖି ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମତୟନ କରାଯାଇଛି । ଏହା ସହ ହାତୀ ଘଇଡେଇବା ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ସେମାନଙ୍କ କଥା କେହି ଶୁଣୁ ନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.