ଜଳକ୍ରିଡାରେ ମାତିଛନ୍ତି ଗଜରାଜ : ସମ୍ବଲପୁର ସଦର ରେଞ୍ଜରେ ପାଣି ପିଇବାକୁ ଆସି ଖାଲରେ ପଡିଯାଇଛନ୍ତି ମା' ଓ ଛୁଆ ହାତୀ

Published By : Prameya-News7 Bureau | April 28, 2019 IST

ଭୁବନେଶ୍ୱର ୨୮/୪ : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କେବଳ ମଣିଷ ନୁହନ୍ତି ଜୀବଜନ୍ତୁ ସମେସ୍ତେ ଅସ୍ତବ୍ୟସ୍ତ । ତେବେ ଗ୍ରୀଷ୍ମ ଦାଉରୁ ଜଙ୍ଗଲି ଜୀବଜନ୍ତୁଙ୍କୁ ବା ବାଦ ପଡିବେ କେମିତି । ଆଠଗଡ ନରସିଂହପୁର ସରକ୍ଷିତ ଜଙ୍ଗଲରେ ଥିବା ପାଣି ପୋଖରୀରେ ହାତୀ ପଲ୍ଲଙ୍କ ଜଳକ୍ରିଡା ଦେଖିବାକୁ ମିଳିଥିବା ବେଳେ ସମ୍ବଲପୁର ସଦର ରେଞ୍ଜରେ ପାଣି ପିଇବାକୁ ଆସି ଖାଲରେ ପଡିଯାଇଛନ୍ତି ମା ଓ ଛୁଆ ହାତୀ ….

{"id":108528}

ଜଳକ୍ରିଡାରେ ମାତିଛନ୍ତି ଗଜରାଜ । ସେପଟେ ପାଣି ପିଇବାକୁ ଆସି ଖାଲରେ ପଡି ହନ୍ତସନ୍ତ ହେଉଛନ୍ତି ଛୁଆ ଓ ମା ହାତୀ । ଏ ଦୁଇଠି ଦୃଶ୍ୟ ଦୁଇଟି ହେଉଛି ଆଠଗଡ ନରସିଂହପୁର ଅଞ୍ଚଳ ସରକ୍ଷିତ ଜଙ୍ଗଲ ଓ ସମ୍ବଲପୁର ଯୁଯୁମରା ଅଞ୍ଚଳ ଜଙ୍ଗଲର ଦୃଶ୍ୟ । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ତାପମାତ୍ରା ୪୦ଡିଗ୍ରୀ ଉପରେ ।

{"id":108529}

ଖରା ଦାଉରୁ ରକ୍ଷା ପାଇବାକୁ କେବଳ ମଣିଷ ନୁହନ୍ତି ଜଙ୍ଗଲୀ ଜୀବଜନ୍ତୁ ସମସ୍ତେ ଚଳାଇଛନ୍ତି ସଂଘର୍ଷ । ଆଠଗଡ ନରସିଂପୁର ବାଲିକିଆରୀ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ତରଫରୁ ଖୋଳା ଯାଇଥିବା ପୋଖରୀରେ ହାତୀ ମାନେ ଏଭଳି ଜଳକ୍ରୀଡ଼ା କରିଛନ୍ତି ।

{"id":108530,"align":"center"}

ପ୍ରାୟ ୧୫ରୁ ଉର୍ଦ୍ଧ୍ବ ହାତୀ ଜଙ୍ଗଲ ରୁ ବାହାରି ଏଠାରେ ଜଳକ୍ରିଡା କରିବାର ଦୃଶ୍ୟ ଥିଲା ନିଆରା । ସେପଟେ ସମ୍ବଲପୁର ସଦର ରେଞ୍ଜ ଯୁଜୁମୁରା ବ୍ଲକ ଅନ୍ତର୍ଗତ ବସିଆପଡା ଜଙ୍ଗଲରେ ଥିବା ଏକ ଖାଲରୁ ଉଦ୍ଧାର ହୋଇଛି ମା ଓ ଛୁଆ ହାତୀ । ରାତି ଅନ୍ଧାରରେ ପାଣିପିଇବାକୁ ଆସିପ୍ରଥମେ ଛୁଆହାତୀଟି ଖାଥରେ ଫସିଯାଇଥିଲା ।

{"id":108531}

ଛୁଆ ହାତୀ କୁ ଉଦ୍ଧାର କରିବାକୁ ଯାଇ ମା ହାତୀ ମଧ୍ୟ ଖାଲ ଭିତରେ ଅନେକ ସଂଘର୍ଷ କରିବାକୁ ପଡିଛି । ଶେଷରେ ସମ୍ବଲପୁର ସଦର ରେଞ୍ଜ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇହାତୀଙ୍କୁ ଉଦ୍ଧାର କରିଛନ୍ତି । ଗତ ଏକମାସ ଧରି ସମ୍ବଲପୁର ଜିଲ୍ଳାର ବିଭିନ୍ନ ଅଂଚଳରେ ୨୪ଟି ହାତୀ ଘୁରି ବୁଲୁଥିବା ଠାବ କରିଛି ବନ ବିଭାଗ । ଏହି ହାତୀ ପଲ ମଧ୍ୟରେ ୪ଟି ଛୁଆ ହାତୀ ମଧ୍ୟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.