Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମାତ୍ର ୨୬ ଦିନ ଭିତରେ ଚାରିଟି ହାତୀଙ୍କ ମୃତ୍ୟୁ, ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବଢ଼ିଛି ଚିନ୍ତା

21/09/2019 at 8:11 PM

ଭୁବନେଶ୍ୱର ୨୧।୦୯- ଶେଷରେ ଗୌରି ବି ଗଲା । ୩୦ଘଣ୍ଟା ଭିତରେ ନନ୍ଦନକାନନରେ ୨ ଦୁଇଟି ହାତୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ଅଧିକ ଜଟିଳ କରିଛି । କମଳା ଭଳି ଗୌରିର ମଧ୍ୟ ହର୍ପିସ୍ ଭୂତାଣୁ ସଂକ୍ରମଣରୁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ମାତ୍ର ୨୬ ଦିନ ଭିତରେ ୪ ଚାରିଟି ହାତୀଙ୍କ ମୃତ୍ୟୁ ହେଲାଣି । ଏହାପରେ ନନ୍ଦନକାନନରେ  ଅନ୍ୟ ହାତୀମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ ତାକୁ ନେଇ ବଢ଼ିଛି ଚିନ୍ତା ।

ଜୁଲି, ଚନ୍ଦନ, କମଳାଙ୍କ ଭଳି ଶେଷରେ ଜୀବନ ହାରିଲା ଗୌରୀ । ନନ୍ଦନକାନନରେ ହାତୀଙ୍କ ପାଇଁ ଘାତକ ସାଜିଛି ହର୍ପିସ୍ ଭୂତାଣୁ । ଏମିତିକି ୩୦ଘଣ୍ଟା ଭିତରେ ଯାଇଛି ଦୁଇ ଦୁଇଟି ହାତୀଙ୍କ ଜୀବନ । ଗୁରୁବାର କମଳାର ମୃତ୍ୟୁ ପରେ ଶୁକ୍ରବାର ଆଖିବୁଜିଛି ଗୌରୀ । ଏହା ପୂର୍ବରୁ ଅଗଷ୍ଟ ୨୬ରେ ଜୁଲି ଏବଂ ସେପ୍ଟେମ୍ବର ୧୪ରେ ଚନ୍ଦନର ମୃତ୍ୟୁ ହୋଇଥିଲା । ଏପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ସମସ୍ତ ହାତୀଙ୍କ ବୟସ ୧୦ବର୍ଷ ଭିତରେ ।

ତେଣୁ ଏମାନେ ହର୍ପିସ ଭୂତାଣୁର ଶିକାର ହୋଇ ପ୍ରାଣ ହରାଇଥିବା କୁହାଯାଉଛି । କାରଣ ୧୦ବର୍ଷରୁ କମ୍ ହାତୀଙ୍କ ଠାରେ ହର୍ପିସ୍ ଭୂତାଣୁ ଖୁବ୍ ଶୀଘ୍ର ସଂକ୍ରମଣ ହୋଇଥାଏ । ଏଭଳି ଘଟଣା ପରେ ନନ୍ଦନକାନନରେ ଥିବା ଅନ୍ୟ ହାତୀମାନଙ୍କୁ ନନ୍ଦନକାନନରୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି ।

ହର୍ପିସ୍ ଭୂତାଣୁ ଜନିତ ହାତୀ ମୃତ୍ୟୁକୁ ନେଇ କେରଳ, ଆସାମ ଏବଂ ଆମେରିକାର ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହୋଇଛି । ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରାଯାଉଥିବା କହିଛି ଟେକନିକାଲ କମିଟି ।

ହାତୀ ମଡ଼କକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀମାନଙ୍କ ପ୍ରତି ମଧ୍ୟ ଏଭଳି ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି ।

   Related Posts