Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଗାଁ ଭିତରେ ଦନ୍ତା ହାତୀର ଉନ୍ମତ୍ତକାଣ୍ଡ, ଜଣେ ଗୁରୁତର, ଭାଙ୍ଗିଲା ଘରଦ୍ୱାର, ଲୋକେ ଆତଙ୍କିତ

5/11/2021 at 4:16 PM

ଢେଙ୍କାନାଳ, ୫/୧୧: ଗାଁ ଦାଣ୍ଡରେ ଦନ୍ତା ହାତୀ । ଆଉ ଏହି ହାତୀର ଉନ୍ମତ୍ତକାଣ୍ଡରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ହାତୀଟି ଗାଁ ଭିତରକୁ ପଶି ଘର ଦ୍ୱାର ଭଙ୍ଗାରୁଜା ମଧ୍ୟ କରିଛି । ଏହି ହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧ ଓ ଏକ ଗାଈ ଗୁରୁତର ହୋଇଛି ।  ଗୁରୁତର ବୃଦ୍ଧ ଜଣଙ୍କ ବାଟୁ ମହାରଣା ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ବନଖଣ୍ଡଅଧିନସ୍ତ ମହାବୀର ରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅଂଚଳରେ ଏହି ବାରିହାପୁର ଗ୍ରାମ । ତେବେ ଏହି ଦନ୍ତା ହାତୀଟି ଗୋଷ୍ଠୀ ଛାଡି ଗାଁକୁ ପଶି ଯାଇଥିବା ଜଣାପଡିଛି । ଖବର ପାଇ ବନ କର୍ମଚାରୀମାନେ ପହଂଚି ହାତୀକୁ ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ଜଙ୍ଗଲକୁ ଘଉଡ଼ାଇ ଥିଲେ ମଧ୍ୟ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

   Related Posts