ବଡବିଲ ସହରରେ ପସିଲା ହାତୀ, ଲୋକେ ଆତଙ୍କିତ

Published By : Prameya-News7 Bureau | May 21, 2019 IST

ବଡବିଲ ୨୧|୫: ଗତକାଲି ରାତିରେ ଏକ ବଣୁଆ ହାତୀ ବଡବିଲ ସହର ଭିତରକୁ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାତି ପ୍ରାୟ ସାଢେ ୧୦ଟା ବେଳେ ସହରର ମୁଖ୍ୟ ରାସ୍ତା, କିରିବୁରୁ ଛକ ନିକଟରେ ଏକ ବଣୁଆ ହାତୀ ବୁଲୁଥିବାର କିଛି ଲୋକ ଦେଖିଥିଲେ । ଏନେଇ ବନ ବିଭାଗକୁ ତୁରନ୍ତ ଖବର ଦିଆଯାଇଥିଲା । ବନ ବିଭଗ କର୍ମଚାରୀଙ୍କ ସହ ଅଗ୍ନିଶମ କର୍ମଚାରୀ, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ହାତୀକୁ ଘଉଡାଇଥିଲେ । ହାତୀଟି ସପିଂ ମଲ୍, ଶ୍ରୀ ନିକେତନ ଆପାର୍ଟମେଣ୍ଟ ରାସ୍ତା ଦେଇ ଏଲ୍ଆଇସି ଅଫିସ୍ ପଛପଟ ରାସ୍ତାରେ କାଠ ଡିପୋ ହୋଇ ଜଙ୍ଗଲକୁ ଚାଲି ଯାଇଥିଲା ।

{"id":114210}

ମାତ୍ର ହାତୀଟି ଜଙ୍ଗଲକୁ ଯିବାର ପାଖାପାଖି ଏକ ଘଣ୍ଟା ପରେ ୪ ନଂ ଓ୍ବାର୍ଡ, ସେଡିଂ ବସ୍ତି ନିକଟରେ ପୁଣି ଜନବସତିକୁ ପଶି ଆସିଥିଲା । ତେବେ ବନ କର୍ମଚାରୀ ପୁର୍ନବାରର ଏହି ବଣୁଆ ହାତୀକୁ ଘଉଡାଇ ରାତି ପ୍ରାୟ ଅଢେଇଟା ସମୟରେ ଠାକୁରାଣୀ ଜଙ୍ଗଲ ଭିତରେ ଛାଡିଥିଲେ । ଏହି ଘଟଣା ପରେ ସହରବାସୀ ଭୟଭୀତ ହୋଇପଡିଛନ୍ତି । ତବେ ହାତୀଟି କାହାରି କିଛି କ୍ଷତି କରି ନ ଥିବାବେଳେ, ବାଟବଣା ହୋଇ ସହର ଭିତରକୁ ପଳାଇ ଆସିଥିଲା ବୋଲି ବନ ବିଭାଗର କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.