Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ୧୧ କେଭି ବିଦ୍ୟୁତ୍ ତାର ଲାଗି ଦନ୍ତା ହାତୀ ମୃତ

15/11/2018 at 2:15 PM

ମୟୁରଭଞ୍ଜ ୧୫|୧୧:  ବିଦ୍ୟୁତ ବିଭାଗର ଅବହେଳାରୁ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ସୁନାପୋଷି ଗାଁରେ ହାତୀର ମୃତ୍ୟୁ । ମୃତ ହାତୀର ବୟସ ପ୍ରାୟ ୨୦ବର୍ଷ ହେବ । ୨ଟି ଦନ୍ତା ହାତୀ ଏହି ଅଞ୍ଚଳରେ ଥିଲେ । ବନ ବିଭାଗ ସେମାନଙ୍କ ଉପରେ ନଜର ରଖିଥିଲା । ୩ଟି ସ୍ଥାନରେ ୧୧ କେଭି ବିଦ୍ୟୁତ ତାର ଝୁଲି ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ଏ ନେଇ ଫରେଷ୍ଟ ଗାର୍ଡ କୁଳିଅଣା ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ବିଦ୍ୟୁତ୍ ଏବଂ ବନବିଭାଗ ମଧ୍ୟରେ ଚାଲିଛି ଟଣାଓଟରା । ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ତେବେ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ଦୋଷୀ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାରିପଦା ଡିଏଫ୍ଓ। ନସ୍କୋର ଅଧୀକ୍ଷଣ ଯନ୍ତ୍ରୀ ଏହି ଦୁର୍ଘଟଣାରେ ବିଭାଗର କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି। ଆଜି ଅପରାହ୍ନ ସୁଦ୍ଧା ବନବିଭାଗ ଏବଂ ବିଦ୍ୟୁତ ବିଭାଗର ମିଳିତ ତଦନ୍ତ ପରେ ତୁରନ୍ତ ସମ୍ପୃକ୍ତ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

   Related Posts