ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ

Published By : Prameya-News7 Bureau | September 02, 2018 IST

କଟକ ୨/୯ : କଟକ ବନଖଣ୍ଡ ଅଧିନସ୍ଥ ଡାଲିଯୋଡ଼ା ରେଞ୍ଜର କଂହେଇପୂର୍ ପଞ୍ଚାୟତ ଚାରିଘରିଅା ଗ୍ରାମ ନିକଟରେ ମିଳିଛି ଏକ ଦନ୍ତା ହାତୀର ମୃତଦେହ। ଏଠାରେ ଥିବା ଏକ ଘରୋଇ ଫାର୍ମ ହାଉସ ମଧ୍ୟରୁ ଦନ୍ତାର ମୃତଦେହ ପଡିଥିବାର ଜାଣି ସେଠାରେ କଟକ ଡିଏଫଓ, ଡ଼ାଲିଯୋଡା ରେଞ୍ଜର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ଭୁବନେଶ୍ୱର କୃଷି ବିଶ୍ଵବିଦ୍ୟାଳୟର ଏକ ଡାକ୍ତରୀ ଦଳ ପହଞ୍ଚି ହାତୀ ମୃତଦେହର ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗର ଅଧିକାରୀମାନେ କହିଛନ୍ତି। ପାରିପାର୍ଶିକ ପରିସ୍ଥିତିରୁ ଏହା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ମୃତ ଦନ୍ତାଟି ଗତ କିଛି ମାସ ହେଲା ହାତୀ ପଲଙ୍କଠୁ ଅଲଗା ହୋଇ ଏ ଅଞ୍ଚଳରେ ଉପଦ୍ରବ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.