ଆଠଗଡ ମେଘା ନିକଟବର୍ତ୍ତୀ ମହାନଦୀରେ ଭାସିଗଲେ ହାତୀ ପଲ

Published By : Prameya-News7 Bureau | October 15, 2018 IST

କଟକ ୧୫|୧୦: ମହାନଦୀରେ ଭାସିଗଲେ ହାତୀ ପଲ । ଆଠଗଡ ମେଘା ନିକଟବର୍ତ୍ତୀ ମହାନଦୀରେ ଭାସିଯାଇଛନ୍ତି ହାତୀ । ହାତୀପଲରେ ୧୫ରୁ ୨୦ଟି ହାତୀ ଅଛନ୍ତି । ଭାସିଯାଇଥିବା ହାତୀପଲ ମଧ୍ୟରୁ ୭ଟି ଡମପଡ଼ା ଆଡକୁ ଆସିଥିବା ବେଳେ ଅନ୍ୟ ୬ଟି ମୁଣ୍ଡିଳି ବ୍ୟାରେଜ୍  ଗେଟ୍  ଦେଇ ମହାନଦୀକୁ ଯାଇ ନରାଜ ନିକଟ ବାଲିବନ୍ଧରେ କୂଳକୁ ଆସିଥିବା କୁହାଯାଉଛି। ଆଜି ସକାଳେ ଆଠଗଡ଼ ବନାଞ୍ଚଳରୁ କନ୍ଦରପୁରଗଡ଼ା ଦେଇ ଭଗତପୁର ହାତୀ କରିଡ଼ର ଅତିକ୍ରମ କରି ଏକ ହାତୀ ପଲ ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆଡକୁ ଆସୁଥିବାବେଳେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଗୋଟିଏ ହାତୀ ଛୁଆ ମହାନଦୀରୁ ଫେରି ଆସି ଅନନ୍ତପୁର ଆଡକୁ ଚାଲିଯାଇଛି।ତେବେ ପ୍ରବଳ କୁହୁଡ଼ି ଯୋଗୁଁ ହାତୀ ପଲ୍ଲଙ୍କ ଗତବିଧି ଟ୍ରାକିଂ ହୋଇ ପାରୁ ନ ଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ଆଠଗଡ ବନବିଭାଗ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.