ହିନ୍ଦୋଳ ବନାଞ୍ଚଳରେ ଦନ୍ତାହାତୀ ମୃତ, ବାରହା ଫାଶରେ ପଡି ଗଲା ଜୀବନ

Published By : Prameya-News7 Bureau | July 24, 2021 IST

ଢେଙ୍କାନାଳ ୨୪/୭: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଗତ ତିନିଦିନ ପୂର୍ବେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଶିକାରୀଙ୍କ ଦ୍ୱାରା ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ଏହି ହାତୀଟିର ମୃତ୍ୟୁ ହୋଇଛି । ହିନ୍ଦୋଳ ବନାଞ୍ଚଳର କନ୍ତାମିଲା ଗ୍ରାମ ନିକଟରେ ଏହି ବିଦ୍ୟୁତ ଫାଶରେ ଦନ୍ତା ହାତୀଟି ପଡି ହୋଇଛି ।

ମୃତ ଦନ୍ତା ହାତୀର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଖବର ପାଇ ହିନ୍ଦୋଳ ବନକର୍ମଚାରିମାନେ ପହଂଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି । ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରି ତଦନ୍ତ ଆରମ୍ଭ କରିଛି ବନବିଭାଗ । ତେବେ ହିନ୍ଦୋଳ ବନାଞ୍ଚଳରେ ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଦନ୍ତା ହାତୀର ମୃତ୍ୟୁକୁ ନେଇ ହାତୀ ପ୍ରେମୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.