ପାଟିରେ ବୋମା ଫୁଟି ହାତୀର ମୃତ୍ୟୁ ; ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
13/12/2018 at 12:58 PM

ଆଠଗଡ ୧୩|୧୨: ଆଠଗଡ ବନଖଣ୍ଡ ଅନ୍ତର୍ଗତ ରାଜନଗର ଭୂଇଁ ପର୍ବତ ନିକଟରେ ହାତୀର ମୄତ୍ୟୁ ବିସ୍ଫୋରଣରେ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ହାତୀ ପାଟିରେ ବୋମା ଫୁଟିଥିବା ସୂଚନା ମିଳିଛି । ହାତୀ ମୃତ୍ୟୁ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ନେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।

ହାତୀ ମୃତ୍ୟୁ ଘଟଣାରେ ଚାଷ ଜମି ମାଲିକ ପ୍ରସନ୍ନ ଦେହୁରୀଙ୍କୁ ବନବିଭାଗ ଗିରଫ କରିଥିଲା । ଗତକାଲି ତାଙ୍କ ଚାଷ ଜମିରେ ଗୋଟିଏ ମାଈ ହାତୀର ମୄତ୍ୟୁ ହୋଇଥିଲା । ନିରୀହ ଜମି ମାଲିକଙ୍କୁ ବନ ବିଭାଗ ସନ୍ଦେହରେ ଗିରଫ କରିଥିବା ପ୍ରତିବାଦରେ ଆଜି ରାଜନଗର ଗ୍ରାମବାସୀ ଓ ଦଳିତ ମହିଳାମାନେ ପ୍ରତିବାଦ କରିଥିଲେ । ଆଠଗଡ ଡିଏଫଓଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021