ବିପଦରେ ଗଜରାଜ, ଧାନ ବିଲରେ ପଡିଛି ଦନ୍ତାହାତୀର ମୃତଦେହ

Published By : Prameya-News7 Bureau | September 25, 2020 IST

କାମାକ୍ଷାନଗର, ୨୫।୦୯:  ବିପଦରେ ଗଜରାଜ । ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁ ନିକଟ ଧାନ କ୍ଷେତରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ହାତୀର ବୟସ ୧୦ ବର୍ଷ ହେବ ବୋଲି ଜଣାପଡିଛି ।

ଶୁକ୍ରବାର ସକାଳେ ଧାନ ବିଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.