ଚମ୍ପୁଆ ରେଞ୍ଜରେ ଉତ୍ପାତ କରୁଛନ୍ତି ହାତୀପଲ: ଭାଙ୍ଗିଲେ ୫ ଘର, ଲୋକେ ଭୟଭୀତ

Published By : Prameya-News7 Bureau | July 07, 2019 IST

କେନ୍ଦୁଝର  ୭/୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରଵ। ଥମିବାରେ ନାଁ ଧରୁନି ହାତୀ ପଲ। ଏବେ ଏକ ମାସରୁ ଉର୍ଦ୍ଧ ହେବ ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚମକପୁର ଏବଂ ଲୁଣଗୋଠାଣି  ଗ୍ରାମରେ ପଶି ଯାଇ ୨୨ ହାତୀପଲ ୫ ଟି ଘର ଭାଙ୍ଗିଛନ୍ତି ।ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି।ଏଇ ହାତୀ ପଲରେ ଅଛନ୍ତି ୬ ଦନ୍ତା ୫ ଛୁଆ ୧୧ ମାଈ ହାତୀ ।

{"id":131217}

ହାତୀପଲ ଏବେ ଲୁଣଗୁଠାଣି ନିକଟ କେ.ସି ପ୍ରଧାନ ମାଇନ୍ସରେ ଥିବା ଜଣା ପଡ଼ିଛି। ବନବିଭାଗ ହାତୀଙ୍କ ପଛେ ପଛେ ରହି ହାତୀଙ୍କ ଗତିବିଧି ଉପରେ ଲକ୍ଷ ରଖି ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀଙ୍କୁ ଘଉଡାଇବା ପାଇଁ ଦାବି ହେଉଛି।

{"id":131218}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.