Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଗୋଠଛଡା ଦନ୍ତାର ଉପଦ୍ରବ : ଭାଙ୍ଗିଲା ଘର, ଖାଇଗଲା ଧାନଚାଉଳ

23/07/2021 at 10:12 AM

ତେଲକୋଇ ୨୩।୭: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର କୁଲାଡେରା ଗାଁରେ ଗୋଠଛଡା ଦନ୍ତାର ଉପଦ୍ରବ । ଭିନ୍ନକ୍ଷମ ସନାତନ ନାୟକଙ୍କ ଘର ଭାଙ୍ଗିଦେଇଛି ଦନ୍ତା ହାତୀ ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗାଁମୁଣ୍ଡରେ ଥିବା ସନାତନ ନାୟକଙ୍କ ଘରକୁ ଭାଙ୍ଗି ୧୦ବସ୍ତା ଧାନ ଓ ୮୦କେଜି ଚାଉଳ ଖାଇଦେଇଛି ଦନ୍ତା ହାତୀ । ଘର ପଛପଟୁ ଦନ୍ତା ଘର ଭାଙ୍ଗିବା ଦେଖି ତିନି ଛୋଟ ପିଲାଙ୍କୁ ଧରି ସନାତନ ଓ ତାଙ୍କ ସ୍ତ୍ରୀ ଗାଁ ଭିତରକୁ ଚାଲି ଯାଇଥିଲେ । ସନାତନ ଭିନ୍ନକ୍ଷମ ହୋଇଥିବାରୁ ବହୁ କଷ୍ଟରେ ପିଲାଙ୍କୁ ଗାଁ ଭିତରକୁ ନେଇଥିଲେ । ଗାଁ ଲୋକଙ୍କ ସହାୟତାରେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ଘଉଡାଇଥିଲେ ।

ତେଲକୋଇ ରେଞ୍ଜର ବିଭିନ୍ନ ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଘଉଡାଇବା ସହ ହାତୀଙ୍କୁ ଟ୍ରାକିଙ୍ଗ କରିବା ପାଇଁ ବନ ବିଭାଗ ୩୦ ଜଣ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଛି । ଏମାନଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମାସକୁ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି । ସ୍ବତନ୍ତ୍ର ଭାବେ ହାତୀ ଘଉଡାଇବା ନିମନ୍ତେ ସେମାନଙ୍କ ପାଇଁ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ବିଭିନ୍ନ ସମୟରେ ହାତୀ ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ହାତୀ ଦାଉରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହେଉଛି।

   Related Posts