Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ

27/10/2021 at 9:56 AM

ତେଲକୋଇ ୨୭।୧୦: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲ ଆତଙ୍କ । ମଞ୍ଚା ଭାଙ୍ଗିଲେ, ନଷ୍ଟ କଲେ ଏକର ଏକର ଧାନ ଫସଲ । ଲୋକେ ଭୟଭୀତ। ଦିନବେଳା ହାତୀପଲ ପାଖ ଜଙ୍ଗଲରେ ଡେରା ପକାଉଥିବା ବେଳେ ସଞ୍ଜ ନଇଁଲେ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେଉଛନ୍ତି ହାତୀପଲ ।

ମଙ୍ଗଳବାର ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟର ପଡାଙ୍ଗ ଗାଁରେ ହାତୀପଲ ପଶି ଏକର ଏକର ଧାନ ଫସଲକୁ ନଷ୍ଟ କରିବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ମଧ୍ୟ ଭାଙ୍ଗି ଦେଇଥିଲେ । ମଞ୍ଚାରେ ଧାନ ଜଗିଥିବା ଦୁଷ୍ମନ୍ତ ଗିରି ଦୌଡି ପଳାଇ ଯାଇଥିଲେ ଏବଂ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗାଁର ୧୦ ଜଣ ଚାଷୀଙ୍କର ପ୍ରାୟ ୧୫ ଏକରରୁ ଉର୍ଦ୍ଧ୍ବ ଧାନ କ୍ଷେତକୁ ଦଳିମକଚି ନଷ୍ଟ କରିଛନ୍ତି ।

ସେପଟେ ମଲଣ୍ଡା ହୁଳିରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ମଧ୍ୟ ନାକେଦମ ହେଲାଣି । ଏପଟେ ଅଞ୍ଚଳରୁ ଘଉଡାଇଲେ ସେପଟକୁ ପଳାଇ ଯାଉଛନ୍ତି । ଯାହାକୁ ନେଇ ବନ ବିଭାଗ ମଧ୍ୟ ଅଡୁଆରେ ପଡିଯାଇଛି । ହାତୀପଲଙ୍କୁ ତେଲକୋଇ ରେଞ୍ଜରୁ ଘଉଡାଇବା ବନ ବିଭାଗ ପକ୍ଷରେ ସମ୍ଭବ ହେଉନି ।

   Related Posts